ଆଜି ମହାପ୍ରଭୁଙ୍କ ନବଯୈାବନ ଦର୍ଶନ

ପୁରୀ – ଅସୁସ୍ଥତା ଯୋଗୁଁ ଅଣସର ଘରେ ଦୀର୍ଘ ୧୫ ଦିନ ରହିଥିବା ମହାପ୍ରଭଙ୍କୁ ଆଜି ନବଯୌବନ ଦର୍ଶନ । ଅଣସର ପିଣ୍ଡିରେ ଆଜି ଲାଗି ହେବ ମହାପ୍ରସାଦ । ୧୫ ଦିନ ପରେ ଦର୍ଶନ ଦେବେ ଶ୍ରୀଜିଉ । ତେବେ କୋରୋନା କାରଣରୁ ଭକ୍ତ ନବଯୌବନ ଦେଖିପାରିବେ ନାହିଁ । ୧୨ ବର୍ଷ ପରେ ତିନି ଦିନ ଧରି ହେଉଛି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ସେପଟେ ରଥ ପ୍ରସ୍ତୁତି କାମ ଶେଷ ପର୍ଯ୍ୟାୟରେ ପହଂଚିଛି । ସୁଆଁସିଆ ସେବାୟତମାନେ କପଡା ଲଗାଇବା କାର୍ଯ୍ୟ ସଂପନ୍ନ କରିଛନ୍ତି । ପୁରୀରେ ରଥଯାତ୍ରା ପାଇଁ ୧୧ ତାରିଖ ରାତି ୮ଟାରୁ ୧୪୪ ଧାରା ଜାରି ହେବ । ୧୩ ତାରିଖ ରାତି ୮ଟା ଯାଏଁ ଏହି କଟକଣା ଜାରି ରହିବ ।

Comments are closed.