ଜୁଲାଇ ୩୧ ତାରିଖ ସୁଦ୍ଧା ବିନା ପରୀକ୍ଷାର ଯୁକ୍ତ ଦୁଇ ରେଜଲ୍ଟ

ଭୁବନେଶ୍ୱର- ଚଳିତ ମାସ ୩୧ ତାରିଖ ମଧ୍ୟରେ ଯୁକ୍ତ ଦୁଇ ଫଳ ପ୍ରକାଶ ପାଇପାରେ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ସୂଚନା ଦେଇଛନ୍ତି । ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇଁ ପୂର୍ବରୁ କୁହାଯାଇଥିଲେ ମଧ୍ୟ ସୁପ୍ରିମକୋର୍ଟ ଜୁଲାଇ ୩୧ ମଧ୍ୟରେ ରେଜଲ୍ଟ ପ୍ରକାଶ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଜୁଲାଇ ୩୧ ତାରିଖ ମଧ୍ୟରେ ଫଳ ପ୍ରକାଶ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । କିଛି ସମସ୍ୟା ହେଲେ ଦିନେ ଦୁଇ ଦିନ ଡେରି ହୋଇପାରେ । କୋରୋନା ଯୋଗୁଁ ଏଥର ମ୍ୟାଟ୍ରିକ ଭଳି ଯୁକ୍ତ ଦୁଇର ମଧ୍ୟ ପରୀକ୍ଷା ହୋଇନାହିଁ । ବିକଳ୍ପ ପଦ୍ଧତି ଯୋଗେ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ କରାଯିବ ।

Comments are closed.