କମୁଛି ଦୈନିକ କୋରୋନା ସଂକ୍ରମଣ, ଦିନକରେ ୨୩୩୪ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦିନକରେ ଆଉ ୨ ହଜାର ୩୩୪ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧ ହଜାର ୩୪୨ ଏବଂ ସ୍ଥାନୀୟ ଅଂଚଳରୁ ୯୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୭ ହଜାର ୪୭୦କୁ ବୃଦ୍ଧି ପାଇଛି । ଏଯାଏଁ ୯ ଲକ୍ଷ ୬ ହଜାର ୫୧୯ ରୋଗୀ ସୁସ୍ଥ ହୋଇସାରିଛନ୍ତି । ୨୬ ହଜାର ୩୬୪ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୦, କଟକରୁ ୩୭୧,କେନ୍ଦ୍ରାପଡାରୁ ୧୯୬, ଯାଜପୁରରୁ ୧୭୯, ବାଲେଶ୍ୱରରୁ ୧୬୪, ଭଦ୍ରକରୁ ୧୨୧, ପୁରୀରୁ ୧୦୬, ମୟୂରଭଞ୍ଜରୁ ୧୦୪, ଜଗତସିଂହପୁରରୁ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନୟାଗଡ ଜିଲ୍ଲାରୁ ୯୪, ସୁନ୍ଦରଗଡରୁ ୮୭, ଅନୁଗୁଳରୁ ୬୪, କେନ୍ଦୁଝରରୁ ୫୧, ରାୟଗଡାରୁ ୩୮, ଢେଙ୍କାନାଳରୁ ୩୪, କନ୍ଧମାଳରୁ ୨୯, ସମ୍ବଲପୁରରୁ ୨୧, କୋରାପୁଟରୁ ୧୯, ବରଗଡରୁ ୧୭, ମାଲକାନଗିରିରୁ ୧୩, ବୌଦ୍ଧରୁ ୧୩, ସୋନପୁରରୁ ୧୨, କଳାହାଣ୍ଡିରୁ ୯ ନବରଙ୍ଗପୁରରୁ ୭, ଗଞ୍ଜାମରୁ ୬, ଝାରସୁଗୁଡାରୁ ୬, ଦେବଗଡରୁ ୫, ନୂଆପଡାରୁ ୩, ଗଜପତିରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Comments are closed.