କୋଭାକ୍ସିନକୁ ଖୁବ୍ ଶୀଘ୍ର ମିଳିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମଞ୍ଜୁରି

ନୂଆଦିଲ୍ଲୀ:ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥନ୍ ଭରତ ବାୟୋଟେକ୍ ର କୋଭିଡ୍-୧୯ ଟୀକା କୋଭାକ୍ସିନ୍ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କହିଛନ୍ତି | ଖୁବ୍ ଶୀଘ୍ର ଏହି ଟିକାକୁ ଡବ୍ଲ୍ୟୁଏଚ୍ଓର ମଞ୍ଜୁରି ମିଳିବ ବୋଲି ସେ କହିଛନ୍ତି ।

ସ୍ୱାମୀନାଥନ୍ କହିଛନ୍ତି ଯେ ଭରତ ବାୟୋଟେକ୍ ଟିକା କୋଭାକ୍ସିନ୍ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ସନ୍ତୋଷଜନକ । ସେ କହିଛନ୍ତି ଯେ ଜୁନ୍ ୨୩ରେ ଡବ୍ଲ୍ୟୁଏଚ୍ଓ ଏବଂ ଭାରତ ବାୟୋଟେକ୍ ମଧ୍ୟରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। କୋଭାକ୍ସିନ୍ ର ସୁରକ୍ଷା ପ୍ରୋଫାଇଲ୍ ବର୍ତ୍ତମାନ ପର୍ଯ୍ୟନ୍ତ ଡବ୍ଲ୍ୟୁଏଚ୍ଓ ସବୁ ମାନଦଣ୍ଡ ପୂରଣ କରୁଛି |

ଡେଲଟା ଭାରିଆଣ୍ଟ ବିରୋଧରେ ଟିର ପ୍ରଭାବ ବହୁତ କମ୍, ତଥାପି ଏହା ଏକ ବହୁତ ଭଲ ଟିକା। ଆମେରିକା ବ୍ୟତୀତ ବିଶ୍ବର ର ଅଧିକାଂଶ ଭାଗରେ କରୋନା ମାମଲାରେ ବୃଦ୍ଧି ଘଟିଛି। ମୃତ୍ୟୁ ମାମଲାରେ ମଧ୍ୟ କୌଣସି ହ୍ରାସ ଘଟିନାହିଁ। ଭାରତରେ ଅତି କମରେ ୬୦-୭୦ ପ୍ରତିଶତ ଜନସଂଖ୍ୟାକୁ ପ୍ରାଥମିକତା ଭିତ୍ତିରେ ଟୀକାକରଣ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ସ୍ବାମୀନାଥନ ।

ଉଲ୍ଲେଖନୀୟ ଯେ, କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ପ୍ରକାଶ ପାଇଛି। ଭରତ ବାୟୋଟେକ କହିଛନ୍ତି ଯେ ଏହା ଟିକା ପାଇଁ ପର୍ଯ୍ୟାୟ-୩ ପରୀକ୍ଷଣ ତଥ୍ୟକୁ ବିଶ୍ଳେଷଣ କରିଛି। କୋଭାକ୍ସିନ୍ କରୋନା ରୋଗୀ ଏବଂ ଡେଲଟା ଭାରିଆଣ୍ଟ ରୋଗୀଙ୍କ କ୍ଷେତ୍ରରେ ପ୍ରଭାବଶାଳୀ ବୋଲି ଜଣାପଡିଛି। ସାମଗ୍ରିକ ଭାବେ କରୋନା ବିରୋଧରେ

Comments are closed.