ରାଜ୍ୟରେ ନିୟନ୍ତ୍ରଣରେ କୋଭିଡ ସ୍ଥିତି, ଦିନକରେ ୨ ହଜାର ୨୮୨ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ହ୍ରାସ ପାଇବାରେ ଲଗିଛି ଦୈନିକ କୋରୋନା ସଂକ୍ରମଣ । ତିନି ହଜାର ତଳେ ରହିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨ ହଜାର ୨୮୨ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧ ହଜାର ୩୧୫ ଏବଂ ସ୍ଥାନୀୟ ଅଂଚଳରୁ ୯୬୭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୯୨ , କଟକରୁ ୨୮୯, ବାଲେଶ୍ୱରରୁ ୧୪୬, ମୟୂରଭଞ୍ଜରୁ ୧୪୧, ପୁରୀରୁ ୧୨୭, ଯାଜପୁରରୁ ୧୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ନୟାଗଡ ଜିଲ୍ଲାରୁ ୮୩, ଜଗତସିଂହପୁରରୁ ୭୩, ଭଦ୍ରକରୁ ୭୧, ସୁନ୍ଦରଗଡରୁ ୬୭, କେନ୍ଦ୍ରାପଡାରୁ ୬୨, ଅନୁଗୁଳରୁ ୬୧, ଢେଙ୍କାନାଳରୁ ୫୫, କେନ୍ଦୁଝରରୁ ୫୧, କୋରାପୁଟରୁ ୪୦, ମାଲକାନଗିରିରୁ ୩୨, କନ୍ଧମାଳରୁ ୨୦, ସମ୍ବଲପୁରରୁ ୧୮, ଗଞ୍ଜାମରୁ ୧୭, ବରଗଡରୁ ୧୭, ରାୟଗଡାରୁ ୧୫, କଳାହାଣ୍ଡିରୁ ୧୨, ଝାରସୁଗୁଡାରୁ ୧୧, ବୌଦ୍ଧରୁ ୧୦, ବଲାଙ୍ଗିରରୁ ୯, ଗଜପତିରୁ ୮, ସୋନପୁରରୁ ୭, ଦେବଗଡରୁ ୬ ଓ ନୂଆପଡାରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୯ ହଜାର ୬୩୯ । ବର୍ତ୍ତମାନ ୨୫ ହଜାର ୪୬୧ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.