ରଥଯାତ୍ରା ପାଇଁ ପୁରୀ ସହରରେ ଆଜି ରାତି ୮ରୁ ୪୮ ଘଣ୍ଟିଆ କର୍ଫ୍ୟୁ

ପୁରୀ – ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ସହରରେ ଆଜି ରାତି ୮ଟାରୁ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି ହେବ । ୧୩ ତାରିଖ ରାତି ୮ଟା ଯାଏଁ ବଳବତ୍ତର ରହିବ କର୍ଫ୍ୟୁ । ବଡଦାଣ୍ଡର ସମସ୍ତ ଦୋକାନ ବଜାର ବନ୍ଦ ରହିବ । ବଡଦାଣ୍ଡରେ ଏହି ସମୟ ମଧ୍ୟରେ ଔଷଧ ଦୋକାନ ମଧ୍ୟ ଖୋଲିବ ନାହିଁ । ଏହି ସମୟ ମଧ୍ୟରେ ପୁରୀ ସହରକୁ ବାହାର ଲୋକଙ୍କ ପ୍ରବେଶ ମନା ହୋଇଛି । ବଡଦାଣ୍ଡରେ ଗାଡି ଚଳାଚଳ ସଂପୂର୍ଣ୍ଣ ବନ୍ଦ କରାଯାଇଛି । କର୍ଫ୍ୟୁ ସମୟରେ ସହରରେ ଜନସାଧାରଣଙ୍କ ଚଳପ୍ରଚଳକୁ ବି ବାରଣ କରାଯାଇଛି ।

Comments are closed.