କେନ୍ଦ୍ରରୁ ଆସିନି ଟିକା, ରାଜ୍ୟରେ ପୁଣି ଥରେ ଟିକାକରଣ ବାଧାପ୍ରାପ୍ତ

ଭୁବନେଶ୍ୱର- ପୁଣି କୋଭିଡ ଟିକାର ଅଭାବ । କେନ୍ଦ୍ରରୁ ଆବଶ୍ୟକ ଟିକା ଆସୁ ନ ଥିବାରୁ ରାଜ୍ୟରେ ପୁଣି ବାଧାପ୍ରାପ୍ତ ହୋଇଛି କୋଭିଡ ଟିକାକରଣ । ଆଜି ମାତ୍ର ୪ଟି ଜିଲ୍ଲାର ଅଳ୍ପ କେଇ କେନ୍ଦ୍ରରେ ଟିକାକରଣ ହେଉଛି । ଗଞ୍ଜାମ ଜିଲ୍ଲାର ୪, ନବରଙ୍ଗପୁରରେ ୪, ପୁରୀରେ ୪ ଓ ସୁନ୍ଦରଗଡ ଜିଲ୍ଲାରେ ମାତ୍ର ଗୋଟିଏ କେନ୍ଦ୍ରରେ ହିଁ ଟିକାକରଣ ହେଉଛି । ରାଜ୍ୟରେ ୪୧ ହଜାର ୨୯୦ ଡୋଜ୍ କୋଭିଶିଲ୍ଡ ଥିବା ବେଳେ ୩ ଲକ୍ଷ ୫୪ ହଜାର ୧୩୦ ଡୋଜ୍ କୋଭାକ୍ସିନ ଟିକା ମହଜୁଦ ରହିଛି । ଆସନ୍ତା ୧୫ ତାରିଖରେ କେନ୍ଦ୍ର ସରକାର କୋଭିଶିଲ୍ଡ ଟିକା ପଠାଇବେ । ତେଣୁ ଟିକା ଆସିବା ଯାଏଁ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହେବ ।

Comments are closed.