କରୋନା ଅପଡେଟ୍‌: ଦେଶରେ ଆଉ ୪୧,୫୦୬ ନୂଆ ଆକ୍ରାନ୍ତ ଚିହ୍ନଟ, ୮୯୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିଲେ ବି ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୪୧,୫୦୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ମହାମାରୀ ଆଉ ୮୯୫ ଜଣଙ୍କର ମୁଣ୍ଡ ନେଇଛି । ୨୪ ଘଣ୍ଟାରେ କୋଭିଡ୍‌ରୁ ୪୧,୫୨୬ ଲୋକ ସୁସ୍ଥ ମଧ୍ୟ ହୋଇଛନ୍ତି ।

ଭାରତରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୮ ଲକ୍ଷ ୩୭ ହଜାର ୨୨୨ରେ ପହଞ୍ଚିଛି । ଏଥିମଧ୍ୟରୁ ଏଯାବତ୍ ୨ କୋଟି ୯୯ ଲକ୍ଷ ୭୫ ହଜାର ଲୋକ ସୁସ୍ଥ ହୋଇଥିବା ବେଳେ ୪ ଲକ୍ଷ ୮ ହଜାର ୪୦ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଏବେ ୪ ଲକ୍ଷ ୫୪ ହଜାର ୧୧୮ ସକ୍ରିୟ ରୋଗୀ ଅଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଜୁଲାଇ ୧୦ ସୁଦ୍ଧା ଦେଶରେ ମୋଟ ୩୭ କୋଟି ୬୦ ଲକ୍ଷ କରୋନା ଟିକା ଦିଆଯାଇଛି । ଗତ ୨୪ ଘଣ୍ଟାରେ ୩୭ ଲକ୍ଷ ୨୩ ହଜାର ୩୬୭ ଟିକା ଡୋଜ୍ ଦିଆଯାଇଥିଲା । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ (ଆଇସିଏମ୍‌ଆର) ମୁତାବକ ସମଗ୍ର ଦେଶରେ ଏଯାବତ୍ ୪୩ କୋଟି ୮ ଲକ୍ଷ କରୋନା ନମୁନା ପରୀକ୍ଷଣ ହୋଇଛି । ଗତକାଲି ୧୮.୪୩ ଲକ୍ଷ କରୋନା ଟେଷ୍ଟ ହୋଇଥିଲା । ଦେଶରେ ପଜିଟିଭ୍ ହାର ୩ ପ୍ରତିଶତ ରହିଛି । ମୃତ୍ୟୁ ହାର ୧.୩୨ ପ୍ରତିଶତ ରହିଥିବା ବେଳେ ସୁସ୍ଥତା ହାର ୯୭ ପ୍ରତିଶକୁ ବୃଦ୍ଧି ପାଇଛି ।

Comments are closed.