ଦୁଇ ହଜାର ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା, ଦିନକରେ ୧,୯୯୩ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ତଳମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ଦୈନିକ କୋରୋନା ସଂକ୍ରମଣ ଦୁଇ ହଜାର ତଳକୁ ଖସିଛି । ଚିହ୍ନଟ ହୋଇଛନ୍ତି ମାତ୍ର ୧ ହଜାର ୯୯୩ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧୧୫୪ ଓ ସ୍ଥାନୀୟ ଅଂଚଳରୁ ୮୩୯ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୨ ଏବଂ କଟକରୁ ୨୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୧୮୧, ଯାଜପୁରରୁ ୧୪୧, ପୁରୀରୁ ୧୪୪, ମୟୂରଭଞ୍ଜରୁ ୧୧୦, ଜଗତସିଂହପୁରରୁ ୮୯, ଭଦ୍ରକରୁ ୮୬, ନୟାଗଡରୁ ୭୮, ସୁନ୍ଦରଗଡରୁ ୭୫, ଅନୁଗୁଳରୁ ୫୮, ଢେଙ୍କାନାଳରୁ ୪୪, ମାଲକାନଗିରିରୁ ୪୨, କେନ୍ଦୁଝରରୁ ୩୫, କୋରାପୁଟରୁ ୩୧, କେନ୍ଦ୍ରାପଡାରୁ ୨୯, ରାୟଗଡାରୁ ୨୪, ବରଗଡରୁ ୧୯, ସୋନପୁରରୁ ୧୭, ନବରଙ୍ଗପୁରରୁ ୧୫, ସମ୍ବଲପୁରରୁ ୧୪, ବଲାଙ୍ଗିରରୁ ୧୩, ଗଞ୍ଜାମରୁ ୧୩ କନ୍ଧମାଳରୁ ୧୩, ବୌଦ୍ଧରୁ ୧୦, ଝାରସୁଗୁଡାରୁ ୧୦, ନୂଆପଡାରୁ ୬, ଗଜପତିରୁ ୫, ଦେବଗଡରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏ ୯ ଲକ୍ଷ ୪୧ ହଜାର ୭୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୧୨ ହଜାର ୪୬୩ । ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ରହିଛି ୨୪ ହଜାର ୫୬୭ ।

Comments are closed.