ଲାଂଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଫରେଷ୍ଟର୍‌

ରାଉରକେଲା – ଏକ ଜବତ ଗାଡିକୁ ଛାଡିବା ପାଇଁ କାଗଜପତ୍ର ପ୍ରସ୍ତୁତ କରିବାକୁ ଲାଂଚ ଗ୍ରହଣ କରୁଥିବା ବେଳେ ରାଉରକେଲା ଫରେଷ୍ଟ ସବଡିଭିଜନ ଅନ୍ତର୍ଗତ ବାଙ୍କୀ ଫରେଷ୍ଟ ରେଞ୍ଜ୍ ଫରେଷ୍ଟର ବିଜୟ କୁମାର କୋଠି ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ସେ ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁଚେଲଟାଗାଁର ରାଜୁ ନାଗ ନାମକ ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଂଚ ଗ୍ରହଣ କରୁଥିବା ବେଳେ ରାଉରକେଲା ଡିଭିଜନ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ । ବାଙ୍କି ଫରେଷ୍ଟ ସେକସନ ଅଫିସରେ ବିଜୟ କୁମାର କୋଠି ଲାଂଚ ନେଉଥିଲେ ।

ଫରେଷ୍ଟରଙ୍କଠାରୁ ଲାଂଚ ଟଙ୍କା ଜବତ କରାଯିବା ସହ ସୁନ୍ଦରଗଡ କେନ୍ଦୁଆପଡାରେ ଥିବା ତାଙ୍କ ଆବାସିକ କାର୍ଯ୍ୟାଳୟରେ ଖାନତଲାସୀ କରାଯାଇଛି ।

Comments are closed.