ଗଜପତିଙ୍କ ଛେରା ପହଁରା ପରେ ରଥଟଣା ଆରମ୍ଭ

ପୁରୀ-ଲଗାତର ଦ୍ୱିତୀୟ ବର୍ଷ କୋରୋନା କଟକଣା ଓ ବିନା ଭକ୍ତରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା । ଭକ୍ତଙ୍କ ନିମନ୍ତେ ଶ୍ରୀମନ୍ଦିର ରତ୍ନବେଦୀରୁ ଆସି ରଥାରୁଢ ହୋଇଛନ୍ତି ମହାବାହୁ । ବଡଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଧାଡି ପହଣ୍ଡିରେ ଆସି ରଥରେ ବିଜେ କରିଛନ୍ତି । ସୁଚାରରୂପେ ସଂପାଦିତ ହୋଇଛି ରଥଯାତ୍ରାର ସମସ୍ତ ନୀତିକାନ୍ତି । ଚତୁର୍ଦ୍ଧାମୂତ୍ତି ର୍ ରଥାରୁଢ ହେଲା ପରେ ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ରଥଉପରେ ଠାକୁରଙ୍କୁ ଦର୍ଶନ କରିଛନ୍ତି । ଏହାପରେ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବ ସୁନା ଝାଡୁରେ ତିନି ରଥରେ ଛେରା ପହଁରା କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଆରମ୍ଭ ହୋଇଛି ରଥ ଟଣା ।

Comments are closed.