ଶୀତକାଳୀନ ଅଧିବେଶନ ପୂର୍ବରୁ ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥା ଯାଂଚ କଲେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର -ଆସନ୍ତାକାଲି ବିଧାନସଭାର ଶୀତକାଳୀନ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଂଚ କରିଛନ୍ତି ପୋଲିସ ଡିଜି ଅଭୟ । ବିଧାନସଭାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଡିଜିପି ସୂଚନା ଦେଇଛନ୍ତି । ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି । ଗାନ୍ଧିମାର୍ଗରେ ବିକ୍ଷୋଭ ପାଇଁ କୌଣସି ଆବେଦନ ଆସିନାହିଁ । ଆଇନଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ବୋଲି ଡିଜିପି କହିଛନ୍ତି ।

Comments are closed.