ଏ ବର୍ଷ ବି ବୋଲବମ ଉପରେ କଟକଣା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର- ଏଥର ବି ରାଜ୍ୟରେ ବୋଲବମ୍ ମନା । କୋରୋନା ସଂକ୍ରମଣ ପାଇଁ ଏ ବର୍ଷ ମଧ୍ୟ ବୋଲବମ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏ ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଶ୍ରାବଣ ମାସ ପାଇଁ କାଉଡିଆଙ୍କ ଉପରେ କଟକଣା ଜାରି କରାଯାଇଛି । ସେମାନେ କୌଣସି ଜଳାଶୟରୁ ପାଣି ଉଠାଇ ଆଣିପାରିବେ ନାହିଁ କି କୌଣସି ଶୈବପୀଠରେ ଜଳଲାଗି କରିପାରିବେ ନାହିଁ । ସର୍ବସାଧାରଣ ରାସ୍ତାରେ ପାଣି ଧରି ଯାଇପାରିବେ ନାହିଁ କାଉଡିଆ ।

Comments are closed.