ଆଜିଠାରୁ ନୂଆ ପର୍ଯ୍ୟାୟ ଆଂଶିକ ଲକଡାଉନ : ଖୋଲିଲା ଜିମ୍‌, ସ୍ପା ଓ ବ୍ୟୁଟି ପାର୍ଲର, ସାରାରାଜ୍ୟରେ ଗଡିବ ବସ୍‌

ଭୁବନେଶ୍ୱର- ରାଜ୍ୟରେ ଆଜିଠାରୁ ନୂଆ ପର୍ଯ୍ୟାୟ ଆଂଶିକ ଲକଡାଉନ ଆରମ୍ଭ ହୋଇଛି । ଅଗଷ୍ଟ ପହିଲା ଯାଏଁ ବଳବତ୍ତର ରହିବ ଏହି ଆଂଶିକ ଲକଡାଉନ । ଏହି ପର୍ଯ୍ୟାୟରେ ଉଭୟ କ୍ୟାଟୋଗୋରୀ ଏ ଓ ବି ଜିଲ୍ଲାରେ ଦୋକାନବଜାର ଖୋଲିବା ସମୟ ତିନି ଘଣ୍ଟା ଲେଖାଏଁ ବୃଦ୍ଧି କରାଯାଇଛି । ସଂକ୍ରମଣ କମିଥିବା କ୍ୟାଟୋଗୋରୀ ଏ ର ସବୁ ୨୦ ଜିଲ୍ଲାରେ ଅଧିକ କୋହଳ କରାଯାଇଛି କଟକଣା । ଏସବୁ ଜିଲ୍ଲାଗୁଡିକରେ ଏଣିକି ସକାଳ ୬କୁ ରାତି ୮ଟା ଯାଏଁ ସବୁ ଦୋକାନ ବଜାର ଖୋଲା ରହିବ । ସପ୍ତାହାନ୍ତ ସଟଡାଉନ ବି ରହିବ ନାହିଁ । ରାତି ୮ରୁ ସକାଳ ୫ ଯାଏଁ ଏସବୁ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗିବ ।

ଅଧିକ ସଂକ୍ରମଣ ଥିବା କ୍ୟାଟୋଗୋରୀ ବି ର ୧୦ ଜିଲ୍ଲାରେ ଦୋକାନବଜାର ସକାଳ ୬ରୁ ସଂଧ୍ୟା ୫ ଯାଏଁ ଖୋଲିବ । କିନ୍ତୁ ଏସବୁ ଜିଲ୍ଲାରେ ପୂର୍ବଭଳି ସପ୍ତାହାନ୍ତ ସଟଡାଉନ ଜାରି ରହିବ । ସଂଧ୍ୟା ୫ରୁ ନାଇଟ କର୍ଫ୍ୟୁ ଲାଗିବ ।

ନୂଆ ଆଂଶିକ ଲକଡାଉନରେ ଜିମ୍‌, ପ୍ସା, ବ୍ୟୁଟି ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇଛି । ସାରାରାଜ୍ୟରେ ବସ ବି ଗଡିବ । କେବଳ ପୁରୀ ଜିଲ୍ଲାରେ ବସ୍ ୨୫ ପରେ ଚାଲିବ । ବିନା ଦର୍ଶକରେ କ୍ରୀଡା ପ୍ରତିଯୋଗିତା ଆୟୋଜନ ହୋଇପାରିବ । ଆଉଟ ଡୋର୍ ଓ ଇନଡୋର ସୁଟିଂକୁ ଅନୁମତି ଦିଆଯାଇଛି ।

ପୂର୍ବଭଳି ପାର୍କ, ସିନେମା ହଲ୍‌, ମଲ୍ ବନ୍ଦ ରହିବ । ଯାତ୍ରା, ମେଳା ଓ ପ୍ରଦର୍ଶନୀକୁ ମଧ୍ୟ ଅନୁମତି ମିଳିବ ନାହିଁ । ସ୍କୁଲ, କଲେଜ, କୋଚିଂ ସେଂଟର ବନ୍ଦ ରହିବ ।

Comments are closed.