ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ହୃଦରୋଗରେ ପୀଡିତ ଗରିବ ଶିଶୁଙ୍କ ମାଗଣା ଚିକିତ୍ସା ଲାଗି ପିଏମଏସଆରଏଫ୍ ସହ ଏମଓୟୁ ସ୍ୱାକ୍ଷର

ଭୁବନେଶ୍ୱର- ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବଡ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ହୃଦରୋଗରେ ପୀଡିତ ଗରିବ ଶିଶୁଙ୍କ ମାଗଣା ଚିକିତ୍ସା ଲାଗି ନବୀନ ସରକାର ପ୍ରଶାନ୍ତି ମେଡିକାଲ ସର୍ଭିସେସ୍ ଆଣ୍ଡ୍ ରିସର୍ଚ୍ଚ ଫାଉଣ୍ଡେସନ -ପିଏମଏସଆରଏଫ୍ ସହ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି । ବୁଝାମଣା ଅନୁସାରେ ରାଜ୍ୟର ଗରିବ ହୃଦରୋଗୀ ଶିଶୁମାନେ ଆସନ୍ତା ଦୁଇ ବର୍ଷ ଯାଏଁ ଅହମ୍ମଦାବାଦର ସତ୍ୟସାଇ ହାର୍ଟ ହସପିଟାଲରେ ଚିକିତ୍ସିତ ହେବେ ।

ବୁଝାମଣା ପତ୍ର ସ୍ୱାକ୍ଷର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ବୀନିତ ସରଣ, ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ, ଓଡିଶା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ କଳ୍ପେଶ ଝାଭେରୀ ଓ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.