ନବୀନଙ୍କ ସମେତ ୬ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ – କୋଭିଡ ସ୍ଥିତି ନେଇ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ଭିସି ଜରିଆରେ କୋଭିଡ ସ୍ଥିତି ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । କିଛି ରାଜ୍ୟରେ କୋରୋନା ସ୍ଥିତି ଏବେ ବି ଚିନ୍ତାଜନକ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ସପ୍ତାହକରେ ଏହି ୬ ରାଜ୍ୟରୁ ୮୦ ପ୍ରତିଶତ ମାମଲା ଆସିଥିବା ମୋଦି କହିଛନ୍ତି । ମାଇକ୍ରୋ କଂଟେନମେଂଟ୍ ଜୋନ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଏହି ୬ ରାଜ୍ୟରେ ଅଧିକ ଆରଟିପିସିଆର୍ ଟେଷ୍ଟ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ତୃତୀୟ ଲହରର ଆଶଙ୍କା ଓ ଶିଶୁମାନଙ୍କୁ କୋରୋନାରୁ ରୋକିବାକୁ ପ୍ରସ୍ତୁତି କରିବାକୁ ପଡିବ ବୋଲି ମୋଦି ଆଲୋଚନା ପରେ କହିଛନ୍ତି ।

Comments are closed.