କାଉଡିଆ଼ ଯାତ୍ରା ଉପରେ ପୁନର୍ବିଚାର କରିବାକୁ ଉତ୍ତର ପ୍ରଦେଶକୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ କାଉଡ଼ିଆ ଯାତ୍ରାକୁ ଅନୁମତି ଦେବା ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଉତ୍ତର ପ୍ରଦେଶ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିପାଇଁ ଉତ୍ତର ପ୍ରଦେଶକୁ ସୋମବାର ପର୍ଯ୍ୟନ୍ତ ସମୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ତୃତୀୟ ଲହରୀ ବିପଦ ସତ୍ତ୍ୱେ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ କାଉଡ଼ିଆ ଯାତ୍ରାକୁ ଅନୁମତି ଦେଇଥିଲେ । ଏହାର ସଂଜ୍ଞାନ ନେଇ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ଜବାବ ତଲବ କରିଥିଲେ । ଆଜି ଏହି ମାମଲାର ଶୁଣାଣି ହୋଇଥିଲା । କାଉଡ଼ିଆ ତଥା ବୋଲ୍ ବମ୍ ଯାତ୍ରା ଉପରେ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ଏଥିରେ କେନ୍ଦ୍ର ସରକାର କହିଛନ୍ତି ଯେ, ରାଜ୍ୟ ସରକାରମାନେ କାଉଡ଼ିଆଙ୍କୁ ହରିଦ୍ୱାରର ଗଙ୍ଗା ନଦୀରୁ ଜଳ ଉଠାଇବାକୁ ଅନୁମତି ଦେବା ଉଚିତ ନୁହେଁ । ତେବେ ଧାର୍ମିକ ଭାବନା ଦୃଷ୍ଟିରୁ ରାଜ୍ୟ ଗୁଡିକ ନିର୍ଦ୍ଧିଷ୍ଟ ସ୍ଥାନରେ ଟ୍ୟାଙ୍କର ସାହାଯ୍ୟରେ ଗଙ୍ଗାଜଳ ଉପଲବ୍ଧ କରାଇ ପାରିବେ । ସେହି ସ୍ଥାନରୁ କାଉଡ଼ିଆମାନେ ଗଙ୍ଗାଜଳ ନେଇ ସେମାନଙ୍କ ପସନ୍ଦର ଶୌବପୀଠକୁ ଯିବେ ।

କରୋନା ବିପଦକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ରାଜ୍ୟରେ କାଉଡ଼ିଆ ଯାତ୍ରା ବାତିଲ କରିଥିଲେ । କିନ୍ତୁ ଉତ୍ତର ପ୍ରଦେଶ ସରକାର କୋଭିଡ୍ ଗାଇଡଲାଇନ୍ ପାଳନ ସର୍ତ୍ତରେ ଏହି ଯାତ୍ରାକୁ ଅନୁମତି ଦେଇଥିଲେ ।

Comments are closed.