ଶତ ପ୍ରତିଶତ କର୍ମଚାରୀରେ ଚାଲିବ ରାଜ୍ୟ ସରକାରଙ୍କ ସବୁ ଅଫିସ, ଫେରିଲା ଶନିବାର ଛୁଟି

ଭୁବନେଶ୍ୱର-ଓଡିଶା ସରକାରଙ୍କ ସବୁ କାର୍ଯ୍ୟାଳୟରେ ଏଣିକି ଶତ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥାନ ରହିବ । ରାଜ୍ୟରେ କୋରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ସରକାର ନିଜର ସମସ୍ତ ଅଫିସରେ ଶତପ୍ରତିଶତ କର୍ମଚାରୀଙ୍କ ଉପସ୍ଥାନକୁ ବାଧ୍ୟତାମୂଳ କରିଛନ୍ତି । ଯେଉଁମାନେ ସ୍ୱାସ୍ଥ୍ୟଗତ ବା ଅନ୍ୟ କୌଣସି ସମସ୍ୟା ଯୋଗିଁ କୋଭିଡ ଟିକା ନେଇପାରିନାହାନ୍ତି, ସେମାନେ ଲିଖିତ ଭାବେ ଉପର ଅଧିକାରୀଙ୍କୁ ଜଣାଇବେ । ରାଜ୍ୟରେ ପୁଣି ଥରେ ରାଜ୍ୟର ସମସ୍ତ ସରକାରୀ ଅଫିସ ଶନିବାର ଛୁଟି ରହିବ । ଏ ନେଇ ଆଜି ସାଧାରଣ ପ୍ରଶାସନକ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସରକାରୀ ଅଫିସଗୁଡିକରେ ଶତ ପ୍ରତିଶତ କର୍ମଚାରୀଙ୍କ ଉପସ୍ଥାନ ରହିବ ।

Comments are closed.