ରାଜ୍ୟରେ ପୁଣି ୨ ହଜାର ତଳେ ଦୈନିକ କୋରୋନା ସଂକ୍ରମଣ, ଦିନକରେ ୧ ହଜାର ୬୪୮ ଚିହ୍ନଟ

ଭୁବନେଶ୍ୱର- କିଛି ଦିନ ପରେ ରାଜ୍ୟରେ ପୁଣି ଥରେ ୨ ହଜାର ତଳକୁ ଖସିଛି ଦୈନିକ କୋରୋନା ସଂକ୍ରମଣ । ଦିନକରେ ସାରାରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ ହଜାର ୬୪୮ । ସଙ୍ଗରୋଧରୁ ୯୫୫ ଓ ସ୍ଥାନୀୟ ଅଂଚଳରୁ ୬୯୩ ପଜିଟିଭ ଚିହ୍ନଟ ହୋଇଛନ୍ତି ।

କଟକ ଜିଲ୍ଲାରୁ ସର୍ବାଧିକ ୩୩୫, ଖୋର୍ଦ୍ଧା ଜିଲ୍ଲାରୁ ୨୩୦, ଯାଜପୁରରୁ ୧୧୩, ଜଗତସିଂହପୁରରୁ ୧୧୨, ଅନୁଗୁଳରୁ ୮୯, ବାଲେଶ୍ୱରରୁ ୮୩, ଭଦ୍ରକରୁ ୭୭, ମୟୂରଭଞ୍ଜରୁ ୭୭, ନୟାଗଡରୁ ୭୩, ପୁରୀରୁ ୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳରୁ ୫୪, କେନ୍ଦ୍ରାପଡାରୁ ୫୦, ମାଲକାନଗିରିରୁ ୩୫, ସୁନ୍ଦରଗଡରୁ ୩୩, ସମ୍ବଲପୁରରୁ ୨୪, କେନ୍ଦୁଝରରୁ ୨୧, ରାୟଗଡାରୁ ୨୧, ବରଗଡରୁ ୧୭, କନ୍ଧମାଳରୁ ୧୫, ନବରଙ୍ଗପୁରରୁ ୧୨, ଗଞ୍ଜାମରୁ ୧୧, କଳାହାଣ୍ଡିରୁ ୧୧, ସୋନପୁରରୁ ୧୦, ଝାରସୁଗୁଡାରୁ ୯, ନୂଆପଡାରୁ ୭, କୋରାପୁଟରୁ ୬, ଗଜପତିରୁ ୫, ବୌଦ୍ଧରୁ ୫, ବଲାଙ୍ଗୀରରୁ ୧ ଓ ଦେବଗଡରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୯ ଲକ୍ଷ ୫୫ ୯୭୪କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୩୦ ହଜାର ୪୧୮ । ସକ୍ରିୟ ମାମଲା ରହିଛି ୨୦ ହଜାର ୩୮୭ ।

Comments are closed.