ବାହୁଡାଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି : ଆଜି ରାତି ୮ଟାରୁ ସହରରେ କର୍ଫ୍ୟୁ

ପୁରୀ- ଆସନ୍ତାକାଲି ଶ୍ରୀଜିଉଙ୍କ ପବିତ୍ର ବାହୁଡା ଯାତ୍ରା । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କଡା କୋଭିଡ କଟକଣା ମଧ୍ୟରେ ହେବ ବାହୁଡାଯାତ୍ରା । ବାହୁଡାଯାତ୍ରା ସଂପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂୂଚନା ଦେଇଛନ୍ତି ଯେ, ରଥଟଣା ବେଳେ ଅଗ୍ନିଶନ ବିଭାଗ ଦ୍ୱାରା ଜଳସିଂଚନ ହେବ । ସେବକଙ୍କ ସହ ଯୋଗରେ ଶୃଙ୍ଖଳିତ ନୀତିକାନ୍ତି କରାଯିବ । ସବୁ ସରକାରୀ କର୍ମଚାରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ଟେଷ୍ଟ କରାଯାଇଛି ବୋଲି କ୍ରିଷନ କୁମାର କହିଛନ୍ତି । ବାହୁଡା ଯାତ୍ରା ପାଇଁ ଆଜିଠାରୁ ପୁରୀ ସହରରେ ୧୪୪ ଧାରା ଜାରି କରାଯିବ । ରାତି ୮ଟାରୁ ଜାରି ହେବ ୧୪୪ ଧାରା ।

Comments are closed.