ଭିଜିଲାନ୍ସ ଜାଲରେ ଭବାନୀପାଟଣା ପଲିଟେକନିକ ଇଂଜିନିୟରିଂ ସ୍କୁଲ ଅଧ୍ୟକ୍ଷ

ଝାରସୁଗୁଡା –ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲକୁ ଆସିଛନ୍ତି ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରାୟ । ଝାରସୁଗୁଡା ସ୍ଥିତ ତାଙ୍କ ଘର ସମେତ ୬ଟି ସ୍ଥାନରେ ଏକକାଳିନ ଚଢାଉ କରିଛି ଭିଜିଲାନ୍ସ । ଏଲଏନ କଲେଜ ପାଖ ବାସଭବନ ସମେତ ଆଉ ଏକ ଘର, ସୁନ୍ଦରଗଡରେ କାର୍ଯ୍ୟ କରୁଥିବା ତାଙ୍କ ସ୍ତ୍ରୀଙ୍କ ଏମଆଇ ଅଫିସ, କେନ୍ଦ୍ର।।ପଡା ବାସଭବନ, ଭବାନୀପାଟଣାରେ ଥିବା ସରକାରୀ ବାସଭବନ ଓ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରହିଛି ।

Comments are closed.