ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହେଲା ରଥଟଣା , ଛେରାପହଁରାରେ ୫୦ ବର୍ଷ ପୂରଣ କଲେ ଗଜପତି ଦିବ୍ୟସିଂହ ଦେବ

ପୁରୀ- ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡା ଯାତ୍ରା । କଡା କୋଭିଡ କଟକଣାରେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଳନ ହେଉଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ରଥଟଣା । ଶ୍ରୀଗୁଣ୍ଡିଚା ମନ୍ଦିରରୁ ଗୋଟି ପହଣ୍ଡିରେ ନାକଚଣା ଦ୍ୱାର ଦେଇ ଶ୍ରୀସୁଦର୍ଶନ, ପ୍ରଭୁ ବଳବଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ନୀତି ସଂପନ୍ନ ହୋଇଥିଲା । ଦିଅଁମାନେ ରଥାରୁଢ ହେଲା ପରେ ମହାରାଜା ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ଛେରା ପହଁରା କରିଥିଲେ । ନିର୍ଦ୍ଧାରିତ ସମୟ ପୂର୍ବରୁ ସକାଳରେ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି ଶେଷ ହୋଇଥିଲା ।

ଏଣେ ଚଳିତ ରଥଯାତ୍ରାରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି ଗଜପତି ମହାରାଜା । ଚଳିତବର୍ଷକୁ ମିଶାଇ ଛେରାପହଁରାରେ ୫୦ ବର୍ଷ ପୂରଣ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସେ ୧୯୭୧ରୁ ଛେରାପହଁରା କରିଆସୁଛନ୍ତି ।

Comments are closed.