୧୨୫ ଦିନ ପରେ ଦେଶରେ କମ୍ ସଂଖ୍ୟକ ଦୈନିକ ସଂକ୍ରମଣ ରେକର୍ଡ, ୩୦, ୦୯୩ ନୂଆ ଆକ୍ରାନ୍ତ ଚିହ୍ନଟ, ୩୭୪ ମୃତ

ନୂଆଦିଲ୍ଲୀ – ଦେଶରେ ୧୨୫ ଦିନ ପରେ କମ ସଂଖ୍ୟକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିନକରେ ସାରାଦେଶରେ ଚିହ୍ନଟ ହୋଇଛନ୍ତି ୩୦ ହଜାର ୯୩ କୋରୋନା ପଜିିଟିଭ । ଏଥସହିତ ଦେଶରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୩ କୋଟି ୧୧ ଲକ୍ଷ ୭୪ ହଜାର ୩୨୨କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟାରେ ୪୫ ହଜାର ୨୫୪ ରୋଗୀ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୫୩ ହଜାର ୭୧୦ରେ ପହଂଚିଛି ।

କୋରୋନାରେ ଦିନକରେ ଆଉ ୩୭୪ ଜଣଙ୍କ ମୃତ୍ୟୁ ହୋଇଛି । ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୪ ହଜାର ୪୮୨କୁ ବୃଦ୍ଧି ପାଇଛି । ଦେଶରେ ଏ ଯାଏଁ ୪୧ କୋଟି ୧୮ ଲକ୍ଷ ୪୬ ହଜାର ୪୦୧ ଜଣ ଟିକା ନେଇସାରିଛନ୍ତି ।

Watch Live: Bahuda Yatra, the Return Journey of Deities

Comments are closed.