ସୌମ୍ୟଙ୍କ ବିରୋଧରେ ପରକୀୟା ପ୍ରୀତିର ଅଭିଯୋଗ ଆଣିଲେ ପତ୍ନୀ ବିଦ୍ୟାଭାରତୀ, ଶ୍ୱଶ୍ୱର କିନ୍ତୁ କହିଲେ ଜ୍ୱାଇଁ ଥିଲେ ଦେବତା ତୁଲ୍ୟ

ଉଦଳା- ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ-ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ତଦନ୍ତ ଜୋରଦାର ହୋଇଥିବା ବେଳେ ପ୍ରତିଦିନ ନୂଆ ନୂଆ ଅଭିଯୋଗ ପ୍ରତି ଅଭିଯୋଗ ଶୁଣିବାକୁ ମିଳୁଛି । ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ପତ୍ନୀ ବିଦ୍ୟାଭାରତୀ ଓ ଶ୍ୱଶୁର ଶ୍ରୀହରି ପଣ୍ଡା ମୁହଁ ଖୋଲିଛନ୍ତି । ସୌମ୍ୟରଞ୍ଜନଙ୍କ ବିରୋଧରେ ପରକୀୟା ପ୍ରୀତିର ଅଭିଯୋଗ ଆଣିଛନ୍ତି ପତ୍ନୀ ବିଦ୍ୟାଭାରତୀ । କହିଛନ୍ତି,ଅନ୍ୟ ଝିଅଙ୍କ ସହ ସୌମ୍ୟଙ୍କ ସଂପର୍କ ଥିଲା । ସେ ଘଂଟା ଘଂଟା ଫୋନରେ କଥା ହେଉଥିଲେ ବୋଲି ବିଦ୍ୟାଭାରତୀ ଅଭିଯୋଗ କରିଛନ୍ତି । କିନ୍ତୁ ବିଦ୍ୟାଭାରତୀଙ୍କ ବାପା ତଥା ସୌମ୍ୟଙ୍କ ଶ୍ୱଶୁର ଶ୍ରୀହରି ପଣ୍ଡା କହିଛନ୍ତି ଯେ,ତାଙ୍କ ଝିଅ ଓ ଜ୍ୱାଇଁଙ୍କ ସଂପର୍କ ଭଲ ଥିଲା । ଝିଅ ଫୋନ୍ କଲେ ସବୁ ଠିକଠାକ ଚାଲିଛି ବୋଲି କହେ । ଜ୍ୱାଇଁ ବି ତାଙ୍କୁ ଫୋନ୍ କରୁଥିଲେ ବୋଲି ଶ୍ରୀହରି କହିଛନ୍ତି । ଜ୍ୱାଇଁ ବି ଦେବତା ତୁଲ୍ୟ ଥିଲେ ବୋଲି ଶ୍ରୀହରି କହିଛନ୍ତି ।

Comments are closed.