ବକେୟା ସବସିଡି ପ୍ରଦାନ ଓ ଚାଉଳ କିଣିବା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲା ବିଜେଡି ସଂସଦୀୟ ଦଳ

ନୂଆଦିଲ୍ଲୀ – ବିଭିନ୍ନ ଦାବି ନେଇ କେନ୍ଦ୍ର ଖାଉଟି କଲ୍ୟାଣ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଛନ୍ତି ବିଜେଡି ସଂସଦୀୟ ଦଳ । ବକେୟା ସବସିଡି ପ୍ରଦାନ ଓ ଚାଉଳ କିଣିବା ପ୍ରସଙ୍ଗରେ ବିଜେଡି ସଂସଦୀୟ ଦଳ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ବକେୟା ଖାଦ୍ୟ ରିହାତି, ଧାନ ସଂଗ୍ରହରେ ବଳକା ଶସ୍ୟ ଉଠାଣ ପାଇଁ ଦାବି କରିଛି ବିଜେଡି ସଂସଦୀୟ ଦଳ । ଦାବି ପୂରଣ ଦିଗରେ ଆବଶ୍ୟକ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ ଗୋୟଲ ।

Comments are closed.