ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ଆଉ ୬ ହାଇସ୍କୁଲ ସାମିଲ, ଜିଲ୍ଲାପାଳ ଓ ଛାତ୍ରଛାତ୍ରୀଙ୍କ ସହ ୫-ଟି ସଚିବଙ୍କ ଆଲୋଚନା

ଖୋର୍ଦ୍ଧା – ଖୋର୍ଦ୍ଧା ଜିଲ୍ଲାର ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ଆଜି ଆଉ ୬ଟି ହାଇସ୍କୁଲକୁ ସାମିଲ କରାଯାଇଛି । ପୂର୍ବରୁ ୩୨ ହାଇସ୍କୁଲ ଏଥିରେ ସାମିଲ ଥିଲା । ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଆଉ ୬ଟି ହାଇସ୍କୁଲକୁ ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି । ଏହି ଅବସରରେ ଭର୍ଚୁଆଲ ବୈଠକରେ ୫-ଟି ସଚିବଙ୍କ ସମେତ ଜିଲ୍ଲାପାଳ ସନତ ମହାନ୍ତି, ଜିଲ୍ଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର, ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଛାତ୍ରଛାତ୍ରୀ ଓ ଶିକ୍ଷକ ସାମିଲ ଥିଲେ । ରୂପାନ୍ତରଣ କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ପୁରାତନ ଛାତ୍ରଛାତ୍ରୀ ସାମିଲ ହେବେ । ସମସ୍ତଙ୍କ ସହଯୋଗରେ ୩୮ଟି ହାଇସ୍କୁଲର ଆଧୁନିକୀକରଣ କରାଯିବ । ୫-ଟି ସଚିବ କିଛି ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଲକ୍ଷ୍ୟ ସଂପର୍କରେ ପଚାରିଥିଲେ । ଲକ୍ଷ୍ୟ ପୂରଣ ଦିଗରେ ବ୍ରତୀ ହେବା ପାଇଁ ସେ ପରାମର୍ଶ ଦେଇଥିଲେ ।

Comments are closed.