ଜାମ୍ମୁରେ ପୁଣି ଦେଖାଗଲା ଡ୍ରୋନ୍

ଜାମ୍ମୁ: ପୁଣିଥରେ ଜାମ୍ମୁର ସତୱାରୀ ଅଞ୍ଚଳରେ ଡ୍ରୋନ୍ ଗତିବିଧି ଦେଖିବାକୁ ମିଳିଛି। ଆଜି ଭୋର୍ ପ୍ରାୟ ୪:୧୫ଟା ବେଳେ ରାୟପୁର ସତୱାରୀରେ ଡ୍ରୋନ୍ ଦେଖା ଯାଇଥିଲା ​​| ଏ ବିଷୟରେ ଅଧିକ ସୂଚନା ସଂଗ୍ରହ କରାଯାଉଛି | ସତୱାରୀ ଅଞ୍ଚଳରେ ପ୍ରଥମେ ସେନାର ଯବାନମାନେ ଉକ୍ତ ଡ୍ରୋନ୍ ଉଡୁଥିବା ଦେଖିଥିଲେ। ଏହା ପରେ ସେନା ସ୍ଥାନୀୟ ପୋଲିସ ଷ୍ଟେସନରେ ଏନେଇ ସୂଚନା ଦେଇଥିଲେ। ସତୱାରୀ ଅଞ୍ଚଳ ନିକଟରେ କ୍ୟାଣ୍ଟ ଏବଂ ଏୟାରଫୋର୍ସ ଷ୍ଟେସନ୍ ବି ଅଛି ।

ଅଗଷ୍ଟ ୧୫କୁ ଦୃଷ୍ଟିରେ ରଖି ଜାମ୍ମୁ କାଶ୍ମୀରର ସୁରକ୍ଷା ଏଜେନ୍ସିମାନେ ସତର୍କ ଅଛନ୍ତି। ଗତକାଲି ଜାମ୍ମୁ କାଶ୍ମୀର ପୋଲିସର ଡିଜିପି ମଙ୍ଗଳବାର ଦିନ ଜାମ୍ମୁରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଏହି ବୈଠକରେ ସମସ୍ତ ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ।

ଏହି ବୈଠକରେ ଡ୍ରୋନର ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପୋଲିସ ଏବଂ ସମସ୍ତ ସୁରକ୍ଷା ଏଜେନ୍ସିଙ୍କୁ ସତର୍କ ରହିବାକୁ କୁହାଯାଇଛି।

Comments are closed.