ହତ୍ୟା ପୂର୍ବରୁ ପ୍ରିୟଙ୍କାଙ୍କୁ ସିନ୍ଦୁର ପିନ୍ଧାଇଥିଲା ହତ୍ୟାକାରୀ ଜଗନ୍ନାଥ

ଭୁବନେଶ୍ୱର – ଚାଂଚଲ୍ୟକର ଭୁବନେଶ୍ୱର ଭୀମଟାଙ୍ଗି ହାଉସିଂ ବୋର୍ଡ ପ୍ରିୟଙ୍କା ସାହୁ ହତ୍ୟା ମାମଲାରେ ହତ୍ୟାକାରୀ ଜଗନ୍ନାଥ ପ୍ରଧାନକୁ ଜେରା ପରେ ନୂଆ ଖୁଲାସା କରିଛନ୍ତି ଡିସିପି । ୪ ଦିନ ପୂର୍ବରୁ ହିଁ ପ୍ରିୟଙ୍କା ଓରଫ ପିଙ୍କିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା ଜଗନ୍ନାଥ । ହତ୍ୟା ପୂର୍ବରୁ ପ୍ରିୟଙ୍କାଙ୍କୁ ସିନ୍ଦୁର ପିନ୍ଧାଇଥିଲା ଜଗନ୍ନାଥ । ପ୍ରିୟଙ୍କା ସାଙ୍ଗରେ ଯିବାକୁ ରାଜି ନ ହେବାରୁ ତାଙ୍କୁ ହତ୍ୟା କରିଥିଲା ଜଗନ୍ନାଥ । ପ୍ରିୟଙ୍କାଙ୍କ ଘର ନିକଟରେ ଘଟଣା ଦିନ ଦିନ ୯ଟାରେ ପଂହଚିଥିଲା ଜଗନ୍ନାଥ । ପ୍ରିୟଙ୍କାଙ୍କ ଛୁଆ ପାଇଁ ଚକଲେଟ ନେଇ ତାଙ୍କ ଘରକୁ ଯାଇଥିଲା ଜଗନ୍ନାଥ । ୪ ଦିନ ପୂର୍ବରୁ ସେ ସୁଇସାଇଡ ନୋଟ୍ ଲେଖିଥିଲା ବୋଲି ଡିସିପି ପ୍ରକାଶ କରିଛନ୍ତି ।

Comments are closed.