ସୌମ୍ୟ ମୃତ୍ୟୁ ମାମଲାରେ ତଦନ୍ତ ଜୋରଦାର 

ପାରଳାଖେମୁଣ୍ଡି – ମୃତ ଏସିଏଫ ସୌମ୍ୟରଞ୍ଜନଙ୍କ ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରେ କ୍ରାଇମବ୍ରାଂଚ ଓ ତଦନ୍ତକାରୀ ଟିମ୍ ତନାଘନା କରିଛନ୍ତି । କେଉଁ ପରିସ୍ଥିତିରେ ସୌମ୍ୟରଞ୍ଜନଙ୍କ ଦେହରେ ନିଆଁ ଲାଗିଲା,ତାହାର ତଦନ୍ତ ଚାଲିଛି । ଘରେ କିଛି ସ୍ଥାନରେ ପୋଡା ଚିହ୍ନ ରହିଥିବା କ୍ରାଇମବ୍ରାଂଚ ପକ୍ଷରୁ ସୂଚନା ଦିଆଯାଇଛି । ଏଣେ ଏହି ମାମଲାରେ ତଦନ୍ତ ଆଗକୁ ବଢାଇଛି କ୍ରାଇନବ୍ରାଂଚ୍ ଟିମ୍ । ଗୁରାଣ୍ଡି ଓଆଇସି ମମତା ରାଣୀ ପଣ୍ଡା ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଖୁବ୍ ଶୀଘ୍ର ଜେରା ପାଇଁ ନିଷ୍ପତ୍ତି ହୋଇଛି ।

Comments are closed.