ସୌମ୍ୟ ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ ବେହେରାଙ୍କୁ ଜେରା

ପାରଳାଖେମୁଣ୍ଡି -ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଜେରା କରାଯାଇଛି । ତଦନ୍ତକାରୀ ଅଧିକାରୀ ଓ ଏସଡିପିଓ ସଂଗ୍ରାମ କେଶରୀଙ୍କୁ ଜେରା କରିଛନ୍ତି । ଡିଏଫଓ ଓ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ବିରୋଧରେ ସୌମ୍ୟଙ୍କ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଥିଲେ । ଏହି ମାମଲାରେ ଗୁରାଣ୍ଡି ଥାନା ଅଧିକାରୀ ମମତା ରାଣୀ ପଣ୍ଡାଙ୍କୁ ବି ଜେରା କରାଯାଇପାରେ । ଏହି ମାମଲାର ତଦନ୍ତରେ ପାରଳାଖେମୁଣ୍ଡି ପୋଲିସକୁ ଏକ କ୍ରାଇମବ୍ରାଂଚ ଟିମ୍ ସହଯୋଗ କରୁଛି ।

Comments are closed.