ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ, ଖୋର୍ଦ୍ଧା ଜିଲ୍ଲାରେ ସ୍ଥିତି ଅପରିବର୍ତ୍ତିତ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାର ୯୧୭ ଜଣ କୋରୋନା ପଜିିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧୦୯ ଜଣ ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ବେଳେ ବାକି ୮୦୮ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୮, କଟକରୁ ୨୫୬, ପୁରୀରୁ ୧୧୮, ଜଗତସିଂହପୁରୁ ୯୨, ଅନୁଗୁଳରୁ ୯୧ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୮୭, ବାଲେଶ୍ୱରରୁ ୮୪, କେନ୍ଦ୍ରାପଡାରୁ ୭୩, ମୟୂରଭଞ୍ଜରୁ ୬୯, ନୟାଗଡରୁ ୭୬, ଭଦ୍ରକରୁ ୫୫, ସୁନ୍ଦରଗଡ ଜିଲ୍ଲାରୁ ୫୦, ଢେଙ୍କାନାଳରୁ ୩୭, କେନ୍ଦୁଝରରୁ ୩୩, କନ୍ଧମାଳରୁ ୨୫, ବରଗଡରୁ ୧୯, ଗଜପତିରୁ ୧୬, ସମ୍ବଲପୁରରୁ ୧୫, ମାଲକାନଗିରିରୁ ୧୨, ରାୟଗଡାରୁ ୧୧, ନବରଙ୍ଗପୁରରୁ ୧୦, କୋରାପୁଟରୁ ୧୦, ବଲାଙ୍ଗିରରୁ ୧୦, ଝାରସୁଗୁଡାରୁ ୯, ବୌଦ୍ଧରୁ ୭, ସୋନପୁରରୁ ୬, ନୂଆପଡାରୁ ୫ ଓ ଦେବଗଡରୁ ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୬୩ ହଜାର ୮୫୧କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୩୯ ହଜାର ୧୬୦ ଜଣ ସୁସ୍ଥ ହୋଇସାରିଲେଣି । । ୧୯ ହଜାର ୨୬୧ ଜଣ ଚିକିତ୍ସାଧୀନ ଅଛନ୍ତି ।
ଏଣେ ରାଜ୍ୟରେ କୋରୋନାରେ ଆଉ ୬୯ ଜଣଙ୍କ ମୃତ୍ୟୁ ହୋଇଛି ।

Comments are closed.