ଏନକାଉଂଟରରେ ଗ୍ୟାଙ୍ଗଷ୍ଟର ହାଇଦର ମୃତ

ଭୁବନେଶ୍ୱର- ଦୁର୍ଦ୍ଧାନ୍ତ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ । ଚୌଦ୍ୱାର ଜେଲରୁି ବାରିପଦା ନିଆଯାଉଥିବା ବେଳେ ଖସି ପଳାଇବାକୁ ଚେଷ୍ଟା କରିଥିଲା ହାଇଦର । ତା ଉପରେ ଗୁଳି ଚଳାଯାଇଥିଲା । ଗୁଳି ତା ପେଟରେ ବାଜିଥିଲା । ବାଲେଶ୍ୱର ଜିଲ୍ଲା ମେଡିକାଲରେ ଚିକିତ୍ସା କରାଯାଉଥିବା ବେଳେ ତାର ମୃତ୍ୟୁ ଘଟିଥିବା କୁହାଯାଇଛି । ହାଇଦର ପରିସ୍ରା କରିବା ବାହାନରେ ଦୌଡି ପଳାଉଥିଲା ବେଳେ ସେହି ସମୟରେ କିଛି ଉପାୟ ନ ପାଇଁ ବାଧ୍ୟ ହୋଇ ହାଇଦରକୁ ଗୁଳି କରାଯାଇଥିଲା । ବାଲେଶ୍ୱର ଜିଲ୍ଲା ସିମୂଳିଆଠାରେ ତାକୁ ଗୁଳି କରାଯାଇଥିଲା । ପରିସ୍ରା କରୁଥିବା ବେଳେ ସୁରକ୍ଷାକର୍ମୀଙ୍କ ସହ ତାର ଧସ୍ତାଧସ୍ତି ହୋଇଥିଲା । ଏପରିକି ସେ ସୁରକ୍ଷାକର୍ମୀଙ୍କଠାରୁ ବନ୍ଧୁକ ଛଡାଇ ନେଇଥିଲା । ପରେ ଇନସପେକ୍ଟର ତା ଉପରକୁ ଗୁଳି ଚଳାଇଥିଲେ । ହାଇଦରର ଏନକାଉଂଟର ନେଇ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

୨୦୦୫ରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ ନିକଟରେ ଗ୍ୟାଙ୍ଗଷ୍ଟର ସେକ୍ ସୁଲେମାନର ଭାଇ ସେକ୍ ଚୁନା ଓରଫ ମାଲିକ ହନନକୁ ହତ୍ୟା ଘଟଣାରେ ହାଇଦର ସମେତ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । କୋର୍ଟ ସେମାନଙ୍କୁ ୨୦୧୧ରେ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଥିଲେ ।୨୦୧୪ରେ ପାରୋଲରେ ଆସିଥିଲା ହାଇଦର । ପରେ ଖଣି ମାଲିକ ରଶ୍ମୀ ରଂଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ହାଇଦରର ସଂପୃକ୍ତି ସାମ୍ନାକୁ ଆସିବା ପରେ ତାକୁ ଗିରଫ କରାଯାଇଥିଲା ।

Comments are closed.