ଟୋକିଓ ଅଲିମ୍ପିକ୍ସ: ଚମତ୍କାର ବିଜୟରୁ ମେରିକମଙ୍କ ଅଭିଯାନ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ବକ୍ସିଂରେ ଭାରତର ସବୁଠୁ ବଡ ପଦକ ଆଶା ଏମସି ମେରିକମ ଚମତ୍କାର ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରଥମ ରାଉଣ୍ଡରେ ମେରିକମ ଡୋମିନିକାର ହର୍ଣ୍ଣାଡିଜ୍ ଗାର୍ସିଆଙ୍କୁ ହରାଇ ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ନିଜ ଶେଷ ଅଲିମ୍ପିକ୍ସ ଖେଳୁଥିବା ମେରିକମ ପାଇଁ ୫୧ କିଲୋଗ୍ରାମ ଫ୍ଲାଏୱେଟ୍ ବର୍ଗରେ ଏହି ମ୍ୟାଚ୍ ସହଜ ନଥିଲା | ତେବେ ଅଭିଜ୍ଞତାର ସୁଯୋଗ ନେଇ ଏହି କିମ୍ବଦନ୍ତୀ ବକ୍ସର୍ ୪-୧ ବ୍ୟବଧାନରେ ଜିତିବାରେ ସଫଳ ହୋଇଥିଲେ । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ୩୮ ବର୍ଷୀୟା ମେରିକମ ଚଳିତ ଅଲିମ୍ପିକ୍ସରେ ପଦକ ପଥରେ ପାଦେ ଆଗେଇଛନ୍ତି ।

Comments are closed.