ପୁରୀରେ ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ମିଶନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପୁରୀ- ପୁରୀ ବଳିଆପଣ୍ଡାରେ ସୁଜଳ –ଡ୍ରିଙ୍କ୍ ଫ୍ରମ ଟ୍ୟାପ୍ ମିଶନର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଏହି ଯୋଜନାକୁ ଉଦଘାଟନ କରିଛନ୍ତି । ଏହି ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ପାଇବେ ପୁରୀ ସହରବାସୀ । ସହରରେ ୨ ଦଶମିକ ୫ ଲକ୍ଷ ଲୋକ ୨୪ ଘଣ୍ଟା ପାଇପ ଯୋଗେ ବିଶୁଦ୍ଧ ଜଳ ପାଇବେ । ଏହି ପ୍ରକଳ୍ପ ଦ୍ୱାରା ବାର୍ଷିକ ୨ କୋଟି ପର୍ଯ୍ୟଟକ ଉପକୃତ ହେବେ । ଟ୍ୟାପ ଯୋଗେ ୨୪ ଘଂଟା ବିଶୁଦ୍ଧ ପାନୀୟ ଜଳ ଯୋଗାଣରେ ଲଣ୍ଡନ, ଲସଆଞ୍ଜେଲସ୍‌,ସିଙ୍ଗାପୁର ଭଳି ସହର ମଧ୍ୟରେ ଏବେ ପୁରୀ ବି ସାମିଲ ହୋଇଛି । ଏଭଳି ବ୍ୟବସ୍ଥାରେ ପୁରୀ ଭାରତର ପ୍ରଥମ ସହର ।

Comments are closed.