କୋରୋନାର ତୃତୀୟ ପ୍ରବାହ ଆସିବାର କୌଣସି ଲକ୍ଷଣ ନାହିଁ : ଡିଏମଇଟି ସିବିକେ ମହାନ୍ତି

ଭୁବନେଶ୍ୱର- କୋରୋନାର ତୃତୀୟ ପ୍ରବାହ ଆସିବାର ଏ ଯାଏଁ କୌଣସି ଲକ୍ଷଣ ନାହିଁ । ତୃତୀୟ ପ୍ରବାହ କେବେ ଆସିବ,ତାହାର ପ୍ରଭାବ କିଭଳି ହେବ, ସେ ନେଇ ବିଶେଷ କିଛି ସୂଚନା ନାହିଁ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଯେ,ରାଜ୍ୟରେ ବର୍ତ୍ତମାନର ସଂକ୍ରମଣର ଯେଉଁ ଟ୍ରେଣ୍ଡ୍ ରହିଛି,ତାହା ଅନ୍ୟ ଦେଶରେ ବି ଦେଖାଦେଇଛି । କିଛି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଅଧିକ ରହୁଥିଲେ ମଧ୍ୟ ଆଗ ଅପେକ୍ଷା ହ୍ରାସ ପାଇଛି । ବିଭିନ୍ନ ଦିଗକୁ ଅନୁଧ୍ୟାନ କଲା ପରେ ଅନଲକ ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

Comments are closed.