ସାମାନ୍ୟ ଗଣ୍ଡଗୋଳରୁ ବିଭତ୍ସ ହତ୍ୟା ଜଣେ ମୃତ, ଜଣେ ଗୁରୁତର

ସମ୍ବଲପୁର : ସାମାନ୍ୟ ବଚସାକୁ କେନ୍ଦ୍ର କରି ସୋମବାର ବିଳମ୍ବିତ ରାତିରେ ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ସହରର ଗୋବିନ୍ଦତୋଲାରେ ଘଟିଥିବା ଏହି ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତିl ମୃତକ ହେଲେ ଚାରଭାଟିର ଦୀପକ ଯାଦବ(25)l ଭୁଜାଲି ମାଡରେ ଘଟଣାସ୍ଥଳରେ ତାଙ୍କ ମ୍ରୁତ୍ୟୁ ହୋଇଯାଇଛି । ସେପଟେ ଭୁଜାଲି ମାଡରେ ଗୁରୁତର ଆହତ ହୋଇଥିବା ବନିତ ଓରାମଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପୁଲିସ ବୁର୍ଲା ବଡ ଡାକ୍ତରଖାନାକୁ ପଠାଇଛିl ଘଟଣାସ୍ଥଳରେ ଦୁଇଟି ଭୁଜାଲି ପଡ଼ିଥିବା ବେଳେ ଧନୁପାଲି ପୁଲିସ ଏକ ହତ୍ୟା ମାମଲା ୠଜୁ କରି ଘଟଣାର ତଦନ୍ତ କରୁଛିl

Comments are closed.