ରାଜ୍ୟରେ ସଂକ୍ରମଣ ସ୍ଥିତି ତଳ-ଉପର , ସଂକ୍ରମଣ ଅଧିକ ଯୋଗୁଁ ଭୁବନେଶ୍ୱରରେ ସର୍ଭିଲାନ୍ସ ବୃଦ୍ଧି : ଡିଏମଇଟି

ଭୁବନେଶ୍ୱର- ରାଜ୍ୟରେ କୋରୋନା ସ୍ଥିତି ନେଇ ଡିଏମଇଟି ସିବେକେ ମହାନ୍ତି କହିଛନ୍ତି ଯେ, ସଂକ୍ରମଣ ତଳ-ଉପର ହେଉଛି । ଅଧିକ ସଂକ୍ରମଣ ଯେଉଁଠି ରହୁଛି, ସେଠାରେ ଫୋକସ ଦିଆଯାଉଛି । ଭୁବନେଶ୍ୱରରେ ଯାତାୟତ ଅଧିକ ରହୁଥିବାରୁ ଏଠାରେ ସଂକ୍ରମଣ ଅଧିକ ରହୁଛି । ତେଣୁ ଭୁବନେଶ୍ୱରରେ ସର୍ଭିଲାନ୍ସ ବୃଦ୍ଧି କରାଯାଇଛି । ଆବଶ୍ୟକ ପଡିଲେ ଭୁବନେଶ୍ୱର ସଂପୂର୍ଣ୍ଣ ଅନଲକ୍ ହେବ । ପରିସ୍ଥିତିକୁ ସମୀକ୍ଷା କରି ନିଷ୍ପତ୍ତି ନିଆଯିବ । ତରବରିଆ ନିଷ୍ପତ୍ତି ଯୋଗୁଁ ବିପଦ ସୃଷ୍ଟି ହୋଇପାରେ ବୋଲି ଡିଏମଇଟି କହିଛନ୍ତି । ଦେଶରେ ଯଦି କେଉଁଠି ସଂକ୍ରମଣ ପୁଣି ବଢୁଛି, ତାହା ହେଲେ ତାକୁ ତୃତୀୟ ପ୍ରବାହ ବୋଲି ଧରାଯିବ । କାରଣ ସବୁ ମହାମାରୀରେ ଏମିତି ଦେଖାଯାଇଛି ବୋଲି ସେ କହିଛନ୍ତି ।

Comments are closed.