୧୦ରୁ ୧୫ ଦିନ ମଧ୍ୟରେ କୋଭିଡ ବଳକା ମୃତ୍ୟୁର ଅଡିଟ୍ ସରିବ : ଡିଏମଇଟି ସିବିକେ ମହାନ୍ତି

ଭୁବନେଶ୍ୱର- ରାଜ୍ୟରେ ଆଉ ୧୦ରୁ ୧୫ ଦିନ ମଧ୍ୟରେ କୋଭିଡଜନିତ ବଳକା ମୃତ୍ୟୁ ସଂଖ୍ୟାର ଅଡିଟ୍ ସରିବ । ଏବେ କୋରୋନା ମୃତ୍ୟୁର ଅଡିଟ ପରେ ତଥ୍ୟ ପ୍ରଦାନ କରାଯାଉଛି । ସବୁ ଦିଗକୁ ଅନୁଧ୍ୟାନ କରି ଅଡିଟ୍ ରିପୋର୍ଟ ଦିଆଯାଉଛି ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ରାଜ୍ୟରେ ଆଉ କିଛି ଦିନ କଟକଣା ଜାରି ରହିବା ସେ ଚାହାନ୍ତି ବୋଲି ବ୍ୟକ୍ତିଗତ ଭାବେ ମତ ଦେଇଛନ୍ତି ଡିଏମଇଟି । ଲୋକେ ଠିକ୍ ଭାବେ କୋଭିଡ ନିୟମ ପାଳନ କରୁନାହାନ୍ତି । ମାତ୍ର ଅଳ୍ପ କିଛି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହିଛି । ନିୟନ ପାଳନ, ସଂକ୍ରମଣ ଦେଖି ଅନଲକ୍ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

Comments are closed.