ହୀରାକୁଦ ଜଳଭଣ୍ଡାରରେ ଖୁବ୍ ଶୀଘ୍ର କ୍ରୁଜ୍ ବୋଟି, ଇକୋ ଟୁରିଜିମର ହେବ ବିକାଶ

ସମ୍ବଲପୁର – ହୀରାକୁଦ ଜଳଭଣ୍ଡାରରେ ଖୁବ୍ ଶୀଘ୍ର ଆରମ୍ଭ ହେବ କ୍ରୁଜ୍ ବୋଟିଂ । ଜଳଭଣ୍ଡାରରେ ଇକୋ ଟୁରିଜିମ ସହ ଟାପୁରେ ହୋଟେଲ ବ୍ୟବସ୍ଥା ବି କରାଯିବ । ଏହି ସୂଚନା ଦେଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ । ପରିବେଶ ପର୍ଯ୍ୟଟନ ପାଇଁ ୧୩୦ କୋଟି ଟଙ୍କା ଖର୍ଚ୍ଚ ହେବ । ପର୍ଯ୍ୟଟନ, ବନ ବିଭାଗ ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ମିଳିତ ଭାବେ ପ୍ରକଳ୍ପ କାର୍ଯ୍ୟକାରୀ ହେବ ।
ସମଲେଇ ଯୋଜନା କାର୍ଯ୍ୟକାରୀ କରିବାକୁ ଖୁବ ଶୀଘ୍ର ଟେଂଡର ଆହ୍ୱାନ କରାଯିବ ବୋଲି ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି । ସମ୍ବଲପୁର ଗୋଲବଜାପ ଫ୍ଲାଇଓଭର କାମ ମାସକ ମଧ୍ୟରେ ଶେଷ ହେବ ବୋଲି ସେ କହିଛନ୍ତି ।

Comments are closed.