ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି , ମାମଲା ଶୁଣାଣିର ହେବ ଲାଇଭ ଷ୍ଟ୍ରିମିଂ

ଭୁବନେଶ୍ୱର – ହାଇକୋର୍ଟରେ ଶୁଣାଣି ହେଉଥିବା କିଛି ଗୁରୁତ୍ୱପୂର୍ଣ୍ଣ ମାମଲାର ସିଧା ପ୍ରସାରଣ ହେବ । ଏ ନେଇ ହାଇକୋର୍ଟ ପକ୍ଷକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ହାଇକୋର୍ଟ ଅଫ୍ ଓଡିଶା ଲାଇଭ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରସିଡିଙ୍ଗସ ରୁଲ୍‌-୨୦୨୧ ପ୍ରଣୟନ ହୋଇଛି । କେଉଁ ସବୁ ମାମଲାର ଲାଇଭ ଷ୍ଟ୍ରିମିଂ କରାଯିବ , କେଉଁ ମାମଲାର ଷ୍ଟ୍ରିମିଂ ହେବ ନାହିଁ , ତାହା ଏହି ନିୟମାବଳୀରେ ଉଲ୍ଲେଖ ରହିଛି । ଲାଇଭ ଟେଲିକାଷ୍ଟ ପାଇଁ ସ୍ୱତନ୍ତ୍ର ଲିଙ୍କ୍ ହାଇକୋର୍ଟର ୱେବସାଇଟ୍ କିମ୍ବା କେସ୍ ତାଲିକାରେ ଉଲ୍ଲେଖ କରାଯିବ । କୌଣସି ବ୍ୟକ୍ତି କୋର୍ଟଙ୍କ ପ୍ରୋସିଡିଂ ଲାଇଭକୁ ଅଧିକାର ଭାବେ ଦାବି କରିପାରିବେ ନାହିଁ । ଲାଇଭ ହେଉଥିବା ବେଳେ କମେଂଟ୍ ଓ ଚାଟିଂକୁ ଅନୁମତି ଦିଆଯିବ ନାହିଁ । ଶୁଣାଣି ସମୟରେ ଖଣ୍ଡପୀଠରେ ଥିବା ମୁଖ୍ୟ ବିଚାରପତି କିମ୍ବା ଅନ୍ୟ ବିଚାରପତି ଲାଇଭ ପାଇଁ ଅନିଚ୍ଛା ପ୍ରକାଶ କଲେ ତାହା ହେବ ନାହିଁ ।

Comments are closed.