କଥା ରଖିଲେ ସରକାର, ଏସସିବି ପାଇଁ ୯ ଇକମୋ ମେସିନ, ଅଗଷ୍ଟ ୧୫ରେ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ

କଟକ –ଏସସିବି ମେଡିକାଲ କଲେଜରେ ଆଉ ୪ଟି ଏକମୋ ମେସିନ ପହଂଚିଛି । ଏଥିସହ ଏଠାରେ ମୋଟ ଇକମୋ ମେସିନ ସଂଖ୍ୟା ୯ ହୋଇଛି । ଗୁରୁତର କୋଭିଡ ଆକ୍ରାନ୍ତଙ୍କ ପାଇଁ ଇକୋମ ମେସିନ ଉଦ୍ଦିଷ୍ଟ । ଏସସିବିରେ ୯ଟି ଇକମୋ ମେସିନ ଉପଲବ୍ଧ କରିବାକୁ ରାଜ୍ୟ ସରକାରଙ୍କ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି । ମେସିନ ପହଂଚିବା ପରେ ସେଗୁଡିକୁ ସ୍ଥାପନ କରିବା ଲାଗି କାର୍ଡିଓଥୋରୋସିସ୍ ବିଭାଗରେ ପ୍ରସ୍ତୁତି ଚାଲିଛି । ଇକମୋ ଚିକିତ୍ସାକୁ ଆସନ୍ତାମାସ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିବେ । ଏହାପରେ ଆନୁଷ୍ଠାନିକ ଭାବେ ଚିକିତ୍ସା ଆରମ୍ଭ ହେବ ।

Comments are closed.