ଆଜି ସଂଧ୍ୟାରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର- ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଆଜି ସଂଧ୍ୟାରେ ପ୍ରକାଶ ପାଇବ । ସଂଧ୍ୟା ୫ଟା ପରେ ପରୀକ୍ଷାଫଳ ପ୍ରକାଶ ପାଇବ । orissaresults.nic.in ରେ ଉପଲବ୍ଧ ହେବ ପରୀକ୍ଷା ଫଳ । ଛାତ୍ରଛାତ୍ରୀ ନିଜର ରୋଲ୍ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ । ସାମ୍‌ସ କଲେଜ ଇ-ସ୍ପେସରେ ମଧ୍ୟ ଉପଲବ୍ଧ ହେବ ପରୀକ୍ଷା ଫଳ । ଯୁକ୍ତ ତିନି କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ପରେ ପ୍ରକାଶ ପାଇବ । କୋରୋନା ସଂକ୍ରମଣ ଯୋଗୁଁ ଏଥର ପରୀକ୍ଷା ହୋଇପାରିନାହିଁ । ବିକଳ୍ପ ମୂଲ୍ୟାୟନ ପଦ୍ଧତି ଜରିଆରେ ଫଳ ପ୍ରକାଶ କରାଯିବ ।

Comments are closed.