ରାଜ୍ୟରେ ଦିନକରେ ୧୫୭୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଉ ୧ ହଜାର ୫୭୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୯୧୫ ଓ ସ୍ଥାନୀୟ ଅଂଚଳରୁ ୬୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୬ ଓ କଟକରୁ ୨୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୧୧୯, ପୁରୀରୁ ୧୦୯, ବାଲେଶ୍ୱରରୁ ୭୮, ଯାଜପୁରରୁ ୭୭, ନୟାଗଡରୁ ୫୩, ଭଦ୍ରକରୁ ୫୨, କେନ୍ଦ୍ରାପଡାରୁ ୫୧, ଅନୁଗୁଳରୁ ୪୭ ଓ ମୟୂରଭଞ୍ଜରୁ ୪୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୁନ୍ଦରଗଡରୁ ୨୯, ଢେଙ୍କାନାଳରୁ ୧୯, ସମ୍ବଲପୁରରୁ ୧୮, କେନ୍ଦୁଝରରୁ ୧୭, କନ୍ଧମାଳରୁ ୧୭, ନବରଙ୍ଗପୁରରୁ ୧୬, ଗଜପତିରୁ ୧୪, ରାୟଗଡାରୁ ୧୪, କୋରାପୁଟରୁ ୧୪, ସୋନପୁରରୁ ୧୨, ମାଲକାନଗିରିରୁ ୧୧, ବରଗଡରୁ ୯, ବଲାଙ୍ଗୀରରୁ ୮, ଦେବଗଡରୁ ୮, ବୌଦ୍ଧରୁ ୪, ଗଞ୍ଜାମରୁ ୨, ନୂଆପଡାରୁ ୨, ଝାରସୁଗୁଡାରୁ ୨ ଓ କଳାହାଣ୍ଡିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ୯ ଲକ୍ଷ ୭୭ ହଜାର ୨୬୮ ଜଣ କୋରୋନା ପଜିଟିଭ ହୋଇଛନ୍ତି । ଏଥିରୁ ୯ ଲକ୍ଷ ୫୪ ହଜାର ୯୨୯ ଜଣ ସୁସ୍ଥ ହୋଇଛନ୍ତି । ୧୬ ହଜାର ୩୮୪ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.