କରୋନା ଅପଡେଟ୍‌: ଦିନକରେ ୪୧,୬୪୯ ସଂକ୍ରମିତ ଚିହ୍ନଟ, ୫୯୩ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ଘଟିଛି । ତଥାପି ଲଗାତର ଚତୁର୍ଥ ଦିନ ପାଇଁ ନୂଆ ମାମଲା ୪୦ ହଜାର ଟପିଛି । ଗତ ୨୪ ଘଣ୍ଟାରେ ଭାରତରେ ଆଉ ୪୧,୬୪୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଏହି ସଂଖ୍ୟା ସାମାନ୍ୟ କମ୍ । ଦିନକରେ ଏହି ରୋଗରେ ଆଉ ୫୯୩ ଜଣଙ୍କର ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ କରୋନାରୁ ଆଉ ୩୭,୨୯୧ ଲୋକ ସୁସ୍ଥ ହୋଇଛନ୍ତି । ଭାରତରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୧୬ ଲକ୍ଷ ୯୯୩କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୪ ଲକ୍ଷ ୨୩ ହଜାର ୮୧୦ ଜଣଙ୍କର ଏହି ଘାତକ ରୋଗରେ ମୃତ୍ୟୁ ହୋଇଛି । ଭାରତରେ କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୩ କୋଟି୭ ଲକ୍ଷ ୮୧ ହଜାର ୨୬୩ରେ ପହଞ୍ଚିଛି । ବର୍ତ୍ତମାନ ଭାରତରେ ୪ ଲକ୍ଷ ୮ ହଜାର ୯୨୦ ସକ୍ରିୟ ତଥା ଚିକିତ୍ସାଧୀନ ରୋଗୀ ଅଛନ୍ତି ।
ଦେଶରେ ଜୁଲାଇ ୩୦ ସୁଦ୍ଧା ୪୬ କୋଟି ୧୫ ଲକ୍ଷ ୧୮ ହଜାର ୪୭୯ ଟିକା ଡୋଜ୍ ଦିଆଯାଇଛି । ଗତ ୨୪ ଘଣ୍ଟାରେ ଆଉ ୪୪ ଲକ୍ଷ ୩୮ ହଜାର ୯୦୧ ଡୋଜ୍ ଦିଆଯାଇଥିଲା ।

Comments are closed.