ମୁଖ୍ୟ ସଚିବ ଓ ୫ଟି ସଚିବଙ୍କ କଳାହାଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା

ଭବାନୀପାଟଣା : ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ନେତ୍ରୁତ୍ବରେ ଏକ ପ୍ରଶାସନିକ ଟିମ୍ କଳାହାଣ୍ଡି ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀଖ୍ୟା କରିଛନ୍ତି । ଏଥିରେ ୫ଟି ସଚିବ ଭିକେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍ ଭିନିଲ୍ କ୍ରୀଷ୍ଣା, ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ପ୍ରମୁଖ ସାମିଲ ହୋଇଛନ୍ତି ।

ପ୍ରଥମେ ଉତକେଲା ଏୟାରଷ୍ଟ୍ରିପରେ ଓହ୍ଲାଇ ସେଠାରୁ ସବୁ ଦିନିଆ ବିମାନ ସେବାର ଅନୁଧ୍ୟାନ କରିଥିଲେ । ଏଠାରୁ ଭୁବନେଶ୍ବର ଓ ରାୟପୁରକୁ ଖୁବ ଶୀଘ୍ର ବିମାନ ସେବା ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ । ସେଠାରୁ ନିର୍ମାଣାଧୀନ ମେଡିକାଲ କଲେଜ ପରିସରକୁ ଯାଇଥିଲେ । ୬୫୦ ସିଟ୍ ବିଶିଷ୍ଟ ଏହି କଲେଜର ନିର୍ମାଣ କାମ ଡିସେମ୍ବର ସୁଦ୍ଧା ସାରିବାକୁ ୫ଟି ସଚିବ ନିର୍ଦ୍ଦେଶ ଦେଇଥିଲେ ।

ଏହାପରେ କେସିଂଗା-ବଲାଂଗିର ୨୨୦ କେଭି ବିଦ୍ୟୁତ ଲାଇନ୍ କାମ ସମେତ ନିକଟରେ ଉଦଘାଟିତ ହୋଇଥିବା ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପରେ ଜଳଯୋଗାଣ ସ୍ଥିତି ନେଇ ସମୀଖ୍ୟା କରିଥିଲେ । ଯେପରି ସବୁ ଚାଷୀଙ୍କ ଜମିକୁ ପାଣି ମାଡିବ ସେ ଦିଗରେ ଧ୍ୟାନ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ୫ଟି ସଚିବ ।

ସେହିପରି ରାମପୁରର ସାନ୍ଦୁଲ ଜଳସେଚନ ପ୍ରକଳ୍ପ ସମେତ ସବୁ ଜଳସେଚନ ପ୍ରକଳ୍ପର ସମୀକ୍ଷା କରିଥିଲେ । ପରେ ୫ଟି ଅଧୀନରେ ପରିଚାଳିତ ହାଇସ୍କୁଲ ସଂସ୍କାର କାର୍ଯ୍ୟକ୍ରମର ସମୀଖ୍ୟା କରିଥିଲେ । ଏହି ଯୋଜନାରେ ଜିଲ୍ଲାର ୨୬ଟି ସ୍କୁଲ ଯୋଡି ହୋଇଛି । ଟାଉନ ହାଇସ୍କୁଲ ଓ ବିଏମ୍ ହାଇସ୍କୁଲ ପରିଦର୍ଶନ କରିଥିଲେ । ଏହି ଅବସରରେ ମୁଖ୍ୟ ସଚିବ ଏବଂ ୫ଟି ସଚିବ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ଅଭିଭାବକ ଓ ଶିଖ୍ୟକମାନଙ୍କ ସହ ଆଲୋଚନା କରିଥିଲେ । ଏହାଛଡା ଭବାନୀପାଟଣା ବସଷ୍ଟାଣ୍ଡ ଓ ନର୍ଲା ଲୋକୋ ସେଡ୍ କାମର ଅନୁଧ୍ୟାନ କରିଥିଲେ ।

Comments are closed.