ସବୁ ଠିକ୍ ହେଲେ ୨୦୨୧ ଫେବ୍ରୁଆରୀ ସୁଦ୍ଧା ଭାରତରେ ଉପଲବ୍ଧ ହେବ ଅକ୍ସଫୋର୍ଡ କୋରୋନା ଟିକା, ପ୍ରଥମେ ପାଇବେ ସ୍ୱାସ୍ଥ୍ୟକର୍ମୀ : ଆଦର୍ ପୁନାୱାଲା

ନୂଆଦିଲ୍ଲୀ – ଭାରତର ଟିକା ଉତ୍ପାଦନକାରୀ କଂପାନି ସିରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ, ଅକ୍ସଫୋର୍ଡ କୋରୋନା ଟିକାର ଚୂଡାନ୍ତ ପରୀକ୍ଷଣ ଯଦି ସଫଳ ହୁଏ ଓ ରେଗୁଲେଟରୀ ଅନୁମୋଦନ ମିଳେ, ତାହାହେଲେ ଭାରତରେ ଏହି ଟିକା ୨୦୨୧ ଫେବ୍ରୁଆରୀ ସୁଦ୍ଧା ସ୍ୱାସ୍ଥ୍ୟକର୍ମୀ ଓ ବୟସ୍କ ଲୋକଙ୍କ ପାଇଁ ପ୍ରଥମେ ଉପଲବ୍ଧ ହେବ ।

ଆଉ ସାଧାରଣ ଜନତାଙ୍କ ପାଇଁ ୨୦୨୧ ଏପ୍ରିଲ ସୁୁଦ୍ଧା ଏହି ଟିକା ଉପଲବ୍ଧ ହେବ ବୋଲି ପୁନାୱାଲା କହିଛନ୍ତି । ଦୁଇଟି ଦରକାରୀ ଡୋଜ୍ ପାଇଁ ଟିକାର ସର୍ବାଧିକ ମୂଲ୍ୟ ୧ ହଜାର ଟଙ୍କା ରହିବ ବୋଲି ସେ କହିଛନ୍ତି । ସମ୍ଭବତଃ ୨୦୨୪ ସୁଦ୍ଧା ଭାରତର ପ୍ରତି ବ୍ୟକ୍ତି କୋଭିଡ ଟିକା ପାଇବେ ବୋଲି ସେ କହିଛନ୍ତି । ହିନ୍ଦୁସ୍ଥାନ ଟାଇମସ ଲିଡରସିପ ସମିଟରେ ଯୋଗ ଦେଇ ସିରମ ସିଇଓ ଏହା କହିଛନ୍ତି ।

Comments are closed.