କରୋନା ଅପଡେଟ୍‌: ପୁଣି ୪୦ ହଜାରରୁ ଉର୍ଦ୍ଧ୍ବ ଦୈନିକ ସଂକ୍ରମଣ, ଦିନକରେ ଆଉ ୪୧,୮୩୧ ମାମଲା, ୫୪୧ ମୃତ

ନୂଆଦିଲ୍ଲୀ: ସମ୍ଭାବ୍ୟ ତୃତୀୟ ଲହର ଆଶଙ୍କା ମଧ୍ୟରେ ଭାରତରେ କିଛି ରାଜ୍ୟରେ କରୋନା ସଂକ୍ରମଣ ଊର୍ଦ୍ଧ୍ୱମୁଖୀ ହୋଇଛି । ଦେଶରେ କ୍ରମାଗତ ଚତୁର୍ଥ ଦିନ ଧରି ୪୦ ହଜାରରୁ ଊର୍ଦ୍ଧ୍ୱ ମାମଲା ଆସିଛି । ଗତ ୨୪ ଘଣ୍ଟାରେ ଆଉ ୪୧,୮୩୧ ନୂଆ ମାମଲା ରେକର୍ଡ କରାଯାଇଛି । ଏହି ରୋଗ ଆଉ ୫୪୧ ଜଣଙ୍କ ମୁଣ୍ଡ ନେଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ କରୋନାରୁ ଆଉ ୩୯ ହଜାର ୨୫୮ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ଏଯାବତ୍ ମୋଟ କରୋନା ମାମଲା ୩ କୋଟି ୧୬ ଲକ୍ଷ ୫୫ ହଜାର ୮୨୪କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ଏପର୍ଯ୍ୟନ୍ତ ୪ ଲକ୍ଷ ୨୪ ହଜାର ୩୫୧ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ କୋଟି ୮ ଲକ୍ଷ ୨୦ ହଜାର ୫୨୧ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ଗତ ୨୪ ଘଣ୍ଟାରେ ୫୩ ଲକ୍ଷ ୭୨ ହଜାର ୨୪୧ ଟିକା ଡୋଜ୍ ଦିଆଯାଇଛି । ଏଯାବତ୍ ମୋଟ ୪୬ କୋଟି ୭୨ ଲକ୍ଷ ୫୯ ହଜାର ୭୭୫ ଟିକା ଡୋଜ୍ ଦିଆଗଲାଣି ।

Comments are closed.