ଭାରତକୁ ଆଉ ଏକ ପଦକ, ବ୍ୟାଡମିଂଟନରେ ପି.ଭି ସିନ୍ଧୁ ଜିଣିଲେ ବ୍ରୋଞ୍ଜ୍‌

ଟୋକିଓ – ଅଲିମ୍ପିକ୍ସରୁ ଆସିଛି ଭାରତ ପାଇଁ ଖୁସି ଖବର । ଦେଶ ପାଇଁ ଦ୍ୱିତୀୟ ପଦକ ଆଣିଛନ୍ତି ବ୍ୟାଡମିଂଟନ ତାରକା ପି.ଭି ସିନ୍ଧୁ । ବ୍ରୋଞ୍ଜ ପଦକ ଜିତିଛନ୍ତି ସିନ୍ଧୁ । ସେମିଫାଇନାଲରେ ପରାସ୍ତ ହୋଇଥିବା ସିନ୍ଧୁ ଆଜି ବ୍ରୋଞ୍ଜ୍ ପଦକ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ଚୀନ୍‌ର ବିଙ୍ଗ୍ ସିଆଓଙ୍କୁ ସିଧାସଳଖ ୨୧-୧୩ ଓ ୨୧ -୧୫ରେ ହରାଇଛନ୍ତି । ଚାରିବର୍ଷ ପରେ ପୂର୍ବରୁ ରିଓ ଅଲିମ୍ପିକ୍ସ ଫାଇନାଲରେ ରନର୍ସ ଅପ୍ ହୋଇ ରୌପ୍ୟ ପଦକ ହାସଲ କରିଥିଲେ ସିନ୍ଧୁ । ଭାରତ ପାଇଁ ଅଲିମ୍ପିକ୍ସରେ ବ୍ୟକ୍ତିଗତ ଭାବେ ଦୁଇଟି ପଦକ ଜିତିବାରେ ସିନ୍ଧୁ ହୋଇଛନ୍ତି ଭାରତର ଦ୍ୱିତୀୟ ଆଥଲେଟ୍ ଓ ପ୍ରଥମ ମହିଳା । ପୂର୍ବରୁ କୁସ୍ତିଯୋଦ୍ଧା ସୁଶୀଲ କୁମାର ଦୁଇଟି ପଦକ ହାସଲ କରିଥିଲେ । ସେ ୨୦୦୮ ଓ ୨୦୧୨ରେ ପଦକ ଜିତିଥିଲେ ।

Comments are closed.