ତିନି ମାସରୁ ଅଧିକ ସମୟ ପରେ ଆଜି ପୁଣି ଖୋଲିଲା କୋଣାର୍କ ସୂର୍ଯ୍ୟ ମନ୍ଦିର

ଭୁବନେଶ୍ୱର- କୋଣାର୍କର ବିଶ୍ୱବିଖ୍ୟାତ ସୂର୍ଯ୍ୟମନ୍ଦିର ପର୍ଯ୍ୟଟକମାନଙ୍କ ପାଇଁ ପୁଣି ଖୋଲିଛି । କୋରୋନାର ଦ୍ୱିତୀୟ ପ୍ରବାହ ଯୋଗୁଁ ଏପ୍ରିଲ ୧୬ରୁ ଦୀର୍ଘ ତିନିମାସରୁ ଅଧିକ ସମୟ ଧରି ବନ୍ଦ ଥିଲା ସୂର୍ଯ୍ୟମନ୍ଦିର । ଆଜି କୋରୋନା କଟକଣା ଅନୁସାରେ ପୁଣି ମନ୍ଦିର ଖୋଲିଛି । ସକାଳ ୬ଟାରୁ ଦିନ ଗୋଟାଏ ମଧ୍ୟରେ ୧ ହଜାର ଓ ଦିନ ଗୋଟାଏରୁ ସଂଧ୍ୟା ୬ଟା ଯାଏଁ ମଧ୍ୟ ୧ ହଜାର ପର୍ଯ୍ୟଟକଙ୍କୁ ପ୍ରବେଶ ମିଳିବ । ବାରକୋଡରେ ଟିକେଟ ବ୍ୟବସ୍ଥା, ଥର୍ମାଲ ସ୍କ୍ରିନିଂ, ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ତେବେ ମନ୍ଦିର ପରିସରରେ ବ୍ୟବସାୟୀ, ଫଟୋ ଗ୍ରାଫର, ଗାଇଡ ଓ ହସ୍ତଶିଳ୍ପ ବ୍ୟବସାୟୀଙ୍କୁ ଅନୁମତି ଦିଆଯାଇନାହିଁ ।

Comments are closed.