କରୋନା ଅପଡେଟ୍‌: ଦିନକରେ ୪୦,୧୩୪ ସଂକ୍ରମିତ ଚିହ୍ନଟ, ୪୨୨ ମୃତ

ନୂଆଦିଲ୍ଲ: ଭାରତରେ କରୋନା ସଙ୍କଟ ଦୂର ହୋଇନାହିଁ । ଏବେ ବି ୪୦ ହଜାରରୁ ଊର୍ଦ୍ଧ୍ୱ ଦୈନିକ ମାମଲା ସାମ୍ନାକୁ ଆସୁଥିବା ବେଳେ ପ୍ରତିଦିନ ମୃତ୍ୟୁ ସଂଖ୍ୟା ୫୦୦ ଛୁଉଁଛି । ଗତ ୨୪ ଘଣ୍ଟାରେ ଭାରତରେ ଦେଶରେ ଆଉ ୪୦,୧୩୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ରମାଗତ ଷଷ୍ଠ ଦିନ ପାଇଁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ଟପିଛି । ଏହି ଘାତକ ରୋଗ ଆଉ ୪୨୨ ଜଣଙ୍କ ମୁଣ୍ଡ ନେଇଛି । କେରଳରେ ସ୍ଥିତି ଚିନ୍ତାଜନକ ହୋଇଛି । ଏହି ରାଜ୍ୟରୁ ଦିନକରେ ପୁଣି ୨୦ ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ କରୋନାରୁ ଆଉ ୩୬,୯୪୬ ରୋଗୀ ସୁସ୍ଥ ହୋଇଛନ୍ତି । ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୬ ଲକ୍ଷ ୯୫ ହଜାରକୁ ବୃଦ୍ଧି ପାଇଛି । ଏଯାବତ୍ ଏହି ମହାମାରୀ ଯୋଗୁଁ ଦେଶରେ ୪ ଲକ୍ଷ ୨୪ ହଜାର ୭୭୩ ଲୋକଙ୍କ ମୃତ୍ୟୁ ହୋଇଛି । କରୋନାରୁ ମୋଟ ୩ କୋଟି ୮ ଲକ୍ଷ ୫୭ ହଜାର ଲୋକ ସୁସ୍ଥ ହୋଇଛନ୍ତି । ଭାରତରେ ଏବେ ୪ ଲକ୍ଷ ୧୩ ହଜାର ୭୧୮ ସକ୍ରିୟ ମାମଲା ରହିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରେ ଏଯାବତ୍ ମୋଟ ୪୭ କୋଟି ୨୨ ଲକ୍ଷ କରୋନା ଟିକା ଦିଆଯାଇଛି । ଗତକାଲି ଅଶଉ ୧୭ ଲକ୍ଷ ଟିକା ଦିଆଯାଇଥିଲା ।

Comments are closed.